Divine Homecoming-Niladri Bije rituals completed
ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ତଥା ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତି ଗତକାଲି ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେରେ ନୀଳକନ୍ଦରକୁ ଫେରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ୯ ଦିନର ଅବସ୍ଥାନ ପରେ ନୀଳାଦ୍ରି ବିଜେ ନୀତି ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ନୀତି । 
 
ପ୍ରଥମେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ଏବଂ ତା’ପରେ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ବାଟ ଓଗାଳି ଥିଲେ ଅଭିମାନିନୀ ମା’ ଲକ୍ଷ୍ମୀ । ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ପ୍ରଦାନ କରିଥିଲେ । ଏହାପରେ ସିଂହଦ୍ୱାର ଖୋଲିଥିଲା ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ।
 
ରଥରୁ ଗୋଟି ପହଣ୍ଡିରେ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଏକାଦଶୀରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ଶେଷ ହୋଇଛି ।
 
ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବିଧିବିଧାନ ଅନୁସାରେ ରଥରୁ ପହଣ୍ଡି କରାଯାଇ ରତ୍ନସିଂହାସନରେ ବିରାଜମାନ କରାଯାଇଛି। ଏହି ଦୃଶ୍ୟ ଦେଖିବା ପାଇଁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ଶେଷ ହେବା ସହିତ ଶ୍ରୀମନ୍ଦିରେ ପୁଣି ସ୍ୱାଭାବିକ ନୀତି ଆରମ୍ଭ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *