ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବେ; ଭବାନୀପାଟଣା, ରାୟଗଡ଼ାରେ, ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ। ରାଜନାଥ ସିଂ କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ ଜିଲାର ୩ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପୂର୍ବକ ବିଶାଳ ଜନସମାବେଶରେ ଗୃହମନ୍ତ୍ରୀ ଉଦ୍‌ବୋଧନ ଦେବେ।

ନୂଆଦିଲ୍ଲୀରୁ ରାୟପୁର ଦେଇ କଳାହାଣ୍ଡି ଜିଲାର ଭବାନୀପାଟଣାଠାରେ ଜନସମାବେଶରେ ଯୋଗଦେବା ପରେ ଅପରାହ୍ନ ୩ଟା ୪୦ରେ ରାୟଗଡ଼ା ବାଇପାସ୍‌ ରାସ୍ତାସ୍ଥିତ ବାରିଝୋଲା ପଡ଼ିଆଠାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ କୋରାପୁଟ ଲୋକ ସଭା ପ୍ରାର୍ଥୀ କାଳିରାମ ମାଝି ଏବଂ ବିଷମକଟକ, ରାୟଗଡ଼ା ଓ ଗୁଣପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣା ପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *