ଓଡ଼ିଶା ଧନୀ, କିନ୍ତୁ ଏହାର ଜନସାଧାରଣ ଗରିବ । ପ୍ରଗତିରେ ପଛରେ ପଡ଼ିଛି ଓଡ଼ିଶା। ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି, ହେଲେ ଭାରତର ପ୍ରଗତି ସତ୍ତ୍ୱେ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି। ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରିନି। ଏଥର ରାଜ୍ୟ ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି ତା’ଦ୍ୱାରା ଓଡ଼ିଶାର ବିକାଶ ନିଶ୍ଚିତ ବୋଲି ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି।
ବୈଜୟନ୍ତ କହିଛନ୍ତି, ଖୁବ୍‌ ଶୀଘ୍ର ବିଜେଡି ସରକାର ଏକ୍ସପାରୀ ହେବ। ଏହାପରେ ଜୁନ୍ ୧୦ ତାରିଖରେ ମୋଦି ମଡେଲ ସରକାର ଓଡ଼ିଶାର ଶାସନ ଭାର ସମ୍ଭାଳିବ। ସେବେଠୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ ହେବ । ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ବିଜେପି ସଂକଳ୍ପ ପତ୍ରର ୫ଟି ମୁଖ୍ୟ ବିନ୍ଦୁର ଅବତାରଣା କରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି, ଏଠିକା ଶାସକ ଦଳ ୧୭ ବର୍ଷ ତଳେ ୩୩% ଜଳସେଚନ କଥା କହିଥିଲେ, ହେଲେ ତାହା ଏଯାଏଁ ହେଲାନି। ବିଜେପି ସରକାର ଆସିଲେ, ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ ଓ ୩୧ଶହ ଟଙ୍କାରେ ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ପ୍ରାପ୍ୟ ପ୍ରଦାନ ସହ ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କା ସହାୟତା ମିଳିବ।
ଓଡ଼ିଶାର ଯୁବକ ଯୁବତୀ ନିଜ ଅଞ୍ଚଳରେ କାମ ନ ପାଇ ଦେଶର ବିଭିନ୍ନ ଅଞ୍ଚଳକୁ ତଥା ଦେଶ ବାହାରକୁ ଦାଦନ ଖଟିବାକୁ ଯାଇ ବହୁ ହଇରାଣ ହେଉଛନ୍ତି। ଏବେବି ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଥିବା ବେଳେ ନିଯୁକ୍ତି ଦିଆଯାଉନି । ବିଜେପି ସରକାର ଆସିଲେ, ପ୍ରଥମ ୨ ବର୍ଷରେ ୬୫ ହଜାର ସହ ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ମିଳିବ ବୋଲି କହିଛନ୍ତି ବୈଜୟନ୍ତ ।
ବିକାଶର ସୁନେଲି ସ୍ୱପ୍ନ ଦେଖାଇ ବୈଜୟନ୍ତ ପଣ୍ତା କହିଛନ୍ତି ଯେ, ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ତାଙ୍କ ପ୍ରାପ୍ୟ ମିଳିଯିବ । ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କାର ସହାୟତା ମିଳିବ । ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଛି, ନିଯୁକ୍ତି ଦିଆଯାଇନି । ବିଜେପି ପ୍ରତିଜ୍ଞା କରୁଛି ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦିଆଯିବ ବୋଲି ବୈଜୟନ୍ତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଦୃଢ଼ୋକ୍ତିର ସହ କହିଛନ୍ତି । ସେହିପରି ଓଡ଼ିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଫଳରେ ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ । ଅନ୍ୟପଟେ ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପକୁ ନେଇ ଶିଳ୍ପ କରିଡ଼ର ହେବ ବୋଲି କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *