ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ପ୍ରକ୍ରିୟା ଜାରି ରହିଛି । ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।

୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସେ ଧାମନଗରରୁ ବିଜେଡି ବିଧାୟକ ଥିଲେ । ୨୦୧୪ ରେ ଦଳ ତାଙ୍କୁ ଅଣଦେଖା କରି ମୁକ୍ତିକାନ୍ତ ମଣ୍ଡଳଙ୍କୁ ଟିକେଟ ଦେଇଥିଲା । ୨୦୧୯ରେ ସେ ପୁଣି ଟିକେଟ ପାଇଥିଲେ, କିନ୍ତୁ ୪୬୨୫ ଭୋଟରେ ପରାସ୍ତ ହୋଇଥିଲେ ।

ରାଜେନ୍ଦ୍ର (ରାଜୁ) ଦାସ ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ସେ ବିଦ୍ରୋହୀ ସାଜି ସ୍ୱାଧୀନ ଭାବେ ନାମାଙ୍କନ କରିଥିଲେ, ଓ ବିଜେଡିରୁ ନିଲମ୍ବିତ ହୋଇଥିଲେ ।

ସ୍ୱାଧୀନ ଭାବେ ଲଢ଼ି ସେ ୨୦୨୨ ଉପନିର୍ବାଚନରେ ୮୦୦୦ରୁ ଅଧିକ ଭୋଟ ପାଇଥିଲେ । ବିଜେପି ଧାମନଗର ସିଟ୍ ରେ ବିଜେଡିକୁ ମାତ୍ ଦେଇ ସାରା ରାଜ୍ୟରେ ଚହଳ ପକେଇ ଦେଇଥିଲା ।

By Nirvay

Leave a Reply

Your email address will not be published. Required fields are marked *