ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜେଡି ଛାଡ଼ିଲେ । ସେ ଆସନ୍ତାକାଲି ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେବେ ।

ମାଲକାନଗିରି ଆସନରୁ ବିଜେପି ଟିକେଟରେ ୩ ଥର (୧୯୯୨, ୧୯୯୫, ୨୦୦୦) ଏବଂ ଜୟଦେବ ଆସନରୁ ବିଜେଡି ଟିକେଟରେ ୨ ଥର (୨୦୦୯, ୨୦୧୯) ଏହିଭଳି ୫ ଥର ବିଧାୟକ ହେଲେଣି ଅରବିନ୍ଦ ଢାଲି । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ତାଙ୍କୁ ପରିବହନ ଏବଂ ସମବାୟ ବିଭାଗର ମନ୍ତ୍ରୀ ପଦ ମିଳିଥିଲା । ୨୦୦୪ ନିର୍ବାଚନରେ ସେହି ମାଲକାନଗିରି ଆସନରୁ ମାତ୍ର ୨୫୩ଟି ଭୋଟରେ ପରାସ୍ତ ହୋଇଥିଲେ ।

ଉମରକୋଟ ଓ ମାଲକାନଗିରି ଅଞ୍ଚଳରେ ଢାଲିଙ୍କର ବଙ୍ଗାଳି ଭୋଟ ଉପରେ ଖୁବ ପ୍ରଭାବ ରହିଛି ଯାହା କି ବିଜେଡି ପାଇଁ ଅସୁବିଧା ସୃଷ୍ଟି କରିପାରେ ।

ଢାଲି ଜଣେ ପ୍ରଭାବଶାଳୀ ନେତା କି ନୁହଁ ତାହା ସମୟ କହିବ । କିନ୍ତୁ ବିଧାୟକ ମାନେ ଦଳ ଛାଡ଼ିବା ବିଜେଡି ପାଇଁ ଏକ ଖରାପ ସଂକେତ ଦେଉଛି ।

By Nirvay

Leave a Reply

Your email address will not be published. Required fields are marked *