ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି ।

ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଘୋଷଣା ହୋଇଥିବା ରାଜ୍ୟ – ଉତ୍ତରପ୍ରଦେଶ-୫୧, ପଶ୍ଚିମବଙ୍ଗ-୨୦, ମଧ୍ୟପ୍ରଦେଶ-୨୪, ଗୁଜରାଟ-୧୫, ରାଜସ୍ଥାନ-୧୫, କେରଳ-୧୨
ତେଲଙ୍ଗାନା-୯, ଆସାମ-୧୧, ଝାଡ଼ଖଣ୍ଡ-୧୧, ଛତିଶଗଡ଼-୧୧, ଦିଲ୍ଲୀ-୫, ଜାମ୍ମୁ କାଶ୍ମୀର-୨, ଉତ୍ତରାଖଣ୍ଡ -୩, ଅରୁଣାଚଳ ପ୍ରଦେଶ-୨, ଗୋଆ- ୧, ତ୍ରିପୁରା- ୧, ଆଣ୍ଡାମାନ ଓ ନିକୋବର- ୧, ଦମନ ଓ ଡିଉ- ୧।

ଉତ୍ତର ପ୍ରଦେଶର ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରୁ ଅମିତ ଶାହ, କୋଟା ରୁ ଓମ ବିର୍ଲା, ଲକ୍ଷ୍ନୌରୁ ରାଜନାଥ ସିଂ, ଆମେଥିରୁ ସ୍ମୃତି ଇରାନୀ, ପୋରବନ୍ଦରରୁ ମନସୁଖ ମାଣ୍ଡବୀୟ, ବିଦିଶାରୁ ଶିବରାଜ ସିଂ ଚୌହାନ, ଅଲଓ୍ବାରରୁ ଭୂପେନ୍ଦ୍ର ଯାଦବ, ମଥୁରାରୁ ହେମାମାଲିନୀ, ଅରୁଣାଚଳ ୱେଷ୍ଟରୁ କିରଣ ରିଜିଜୁ, ଝାଡ଼ଖଣ୍ଡର ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାଓ୍ବତ, ନୋଏଡାରୁ ମହେଶ ଶର୍ମା, ଗୋରଖପୁରରୁ ରବି କିଶନ, ଦିବ୍ରୁଗଡ଼ରୁ ସର୍ବାନନ୍ଦ ସୋନୱାଲ, ଚାନ୍ଦନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନୂଆଦିଲ୍ଲୀ ନର୍ଥ ଇଷ୍ଟରୁ ମନୋଜ ତିଓ୍ବାରୀ, ନୂଆଦିଲ୍ଲୀରୁ ବାଂସୁରୀ ସ୍ୱରାଜ, ବିକାନେରରୁ ଅର୍ଜୁନ ରାମ ମେଘଓ୍ବାଲ, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରାର୍ଥୀ ହୋଇଛନ୍ତି ।


 

By Nirvay

Leave a Reply

Your email address will not be published. Required fields are marked *