ଜୟଦେବ ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗ ଦେଇଛନ୍ତି । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।

ଅରବିନ୍ଦ ଢାଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର, ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହେଲେ ।

ବିଜେଡିରେ ନେତା ମାନେ ଶ୍ଵାସରୁଦ୍ଧ ହୋଇସାରିଲେଣି ଓ ସେ ଦଳରୁ ବିଜେପିକୁ ସୁଅ ଛୁଟିବ ବୋଲି ସେ କହିଛନ୍ତି । ବିଜେପି ଓଡ଼ିଶାରେ ସମସ୍ତ ୨୧ଟି ଲୋକସଭା ଓ ୧୦୦ରୁ ଉର୍ଦ୍ଧ୍ବ ବିଧାନସଭା ଆସନ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମାଲକାନଗିରି ବିଧାୟକ ମୁକୁନ୍ଦ ସୋଡ଼ି ମଧ୍ୟ ଆଜି ବିଜେପିରେ ଯୋଗ ଦେଲେ । ଏଥିସହ ଦିଗପହଣ୍ଡିର ବିଦ୍ରୋହୀ ବିଜେଡି ନେତା ବିପିନ ପ୍ରଧାନ ମଧ୍ୟ ପଦ୍ମ ଧରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *