ଓଡ଼ିଶା ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଭାବେ ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ସେ ୨୦୨୬-୨୭ ସିଜିନ୍ ପାଇଁ ଦଳର ଦାୟିତ୍ୱ ସମ୍ଭାଳିବେ । ପ୍ରଭଞ୍ଜନ ପୂର୍ବରୁ ଓଡ଼ିଶା ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି । ଖେଳାଳି ଭାବେ ସେ ୮୮ଟି ପ୍ରଥମ ଶ୍ରେଣୀ ଓ ୫୬ଟି ଲିଷ୍ଟ A ମ୍ୟାଚ୍ ଖେଳିଥିବାର ଅଭିଜ୍ଞତା ରଖିଛନ୍ତି । ଅନ୍ୟପଟେ ଓଡ଼ିଶା କ୍ରିକେଟ୍ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ଭାବେ ଶାନ୍ତନୁ ଘୋଷଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ନିଯୁକ୍ତି ଓଡ଼ିଶା କ୍ରିକେଟ୍ର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । Post navigation Nitin Nabin Arrives in Odisha: ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ‘Ama Bus’ employees stage protest in Bhubaneswar; 117 Buses off 45 Routes