ନୟାଗଡ଼: ଦଶପଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକନିକ ବସ ଓ ଚାଉଳ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ରୁ ଅଧିକ ଗୁରୁତର ହୋଇଛନ୍ତି । ଶୁକ୍ରବାର ବିଳମ୍ୱିତ ରାତିରେ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳଛି । ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ମୃତକ ତିନି ଜଣ ଛାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ଚିନ୍ମୟୀ ପ୍ରିୟଦର୍ଶନୀ, ଅର୍ମିତା ସାହୁ ଓ ଲୋପାମୁଦ୍ରା ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପିକନିକ ବସ ଦଶପଲ୍ଲାରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଥିଲେ । ଏନେଇ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ, ବାଣୀଗୋଛା ପୋଲିସ, ଦଶପଲ୍ଲା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ ।

 

ଏନେଇ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ,ବାଣୀଗୋଛା ପୋଲିସ ,ଦଶପଲ୍ଲା ଦମକଳ ବାହୀନି ପହଞ୍ଚି ସ୍ଥାନୀୟବାସୀନ୍ଦାଙ୍କ ସହାୟତାରେ ଗୁରୁତର ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ୨ ଜଣକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣକ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *