ସମ୍ବଲପୁର: ରୂପାନ୍ତରଣର ରଙ୍ଗରେ ସଜେଇ ହୋଇଛି ସମଲେଇ ମନ୍ଦିର । ମା’ ସମଲେଶ୍ୱରୀଙ୍କ ପୀଠର ରୂପାନ୍ତରୀକରଣ ହେଲା ସହ ଆଜି ଏହାର ଲୋକାର୍ପଣ କରାଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିଛନ୍ତି।

 

ଏହା ସହ ଆଜିଠାରୁ ଆରମ୍ଭ ହୋଇଛି ମହାଯଜ୍ଞ । ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୧୬୯ ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲି ୩ ହଜାରରୁ ଅଧିକ ଅତିଥି । ଦିନ ସାଢ଼େ ୧୨ଟାରେ ମା’ ସମଲେଇଙ୍କ ପୀଠରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ୧୨.୫୦ ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୩୧ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *