ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଏବେ ବିଜେପି ଏହାର ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାର ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ବିଜୟପାଲ ସିଂହ ତୋମାରଙ୍କୁ ଦାୟିତ୍ୱ ମିଳିଥିବାବେଳେ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

 

ସେହିପରି ପଶ୍ଚିମବଙ୍ଗ ପାଇଁ ମଙ୍ଗଳ ପାଣ୍ଡେ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉତ୍ତରାଖଣ୍ଡ ପାଇଁ ଦୁଷ୍ୟନ୍ତ ଗୌତମ, ତାମିଲନାଡୁ ପାଇଁ ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ସିକିମ ପାଇଁ ଦିଲ୍ଲୀପ ଜୟସ୍ବାଲ, ପଞ୍ଜାବ ପାଇଁ ବିଜୟ ରୁପାଣି ଓ ନରିନ୍ଦର ସିଂହ, ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, କେରଳ ପାଇଁ ପ୍ରକାଶ ଜାଭଡେକର, କର୍ଣ୍ଣାଟକ ପାଇଁ ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡୀ, ହିମାଚଳପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ, ହରିୟାଣା ପାଇଁ ବିପ୍ଳବ ଦେବ ଓ ସୁରେନ୍ଦ୍ର ନାଗରଙ୍କୁ ପ୍ରଭାରୀ, ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *