ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ହେଉଛି ବଳ ପରଖୁଛି କଂଗ୍ରେସ । ଦିନକୁ ଦିନ ଶକ୍ତିଶାଳୀ ହେଉଛି ରଣନୀତି । ସଂଗଠନକୁ ସୁଦୃଢ଼, ଲୋକସମ୍ପର୍କ ବ୍ୟାପକ କରିବା, ଦଳକୁ ବରିଷ୍ଠ ନେତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ପ୍ରତିଦିନ ତଦାରଖ କରୁଛନ୍ତି ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଏହାରି ଭିତରେ ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବର ପିଏମଜିରେ ସାଧାରଣ ସଭାରେ ଯୋଗଦେବେ ଖଡ୍‌ଗେ । ସଭାରେ ପ୍ରାୟ ୨୦ ହଜାର କଂଗ୍ରେସ ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ଶୁକ୍ରବାର ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

 

ଏଆଇସିସି ଅଧ୍ୟକ୍ଷଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ବ୍ଲୁ-ପ୍ରିଣ୍ଟ କରୁଛି କଂଗ୍ରେସ । ନେତାଙ୍କୁ ଦିଆଯାଉଛି ଗୁରୁ ଦାୟିତ୍ବ । ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଏଆଇସିସିର ବରିଷ୍ଠ ଏବଂ ଅଭିଜ୍ଞ ନେତା । ବିଶେଷ କରି ଖଡ୍‌ଗେଙ୍କ ବୈଠକ କିଭଳି ସଫଳ ହେବ, ସେନେଇ ଚାଲିଛି ଘନ ଘନ ବୈଠକ । ପ୍ରଭାରୀ, ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ଦଳର ଛାମୁଆ ସଂଗଠନର ମୁଖିଆ ମାନଙ୍କୁ ମଧ୍ୟ ଟାର୍ଗେଟ ଦିଆଯାଇଛି । ଭୁବନେଶ୍ବରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଯୋଗଦେବା ପାଇଁ ନେତା ଓ କର୍ମୀଙ୍କ ଆଖିରେ ନିଦ ନାହିଁ । ଏନେଇ ଗତକାଲି(ଶୁକ୍ରବାର) କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଖଡ୍‌ଗେ ଗୁରୁମନ୍ତ୍ର ଦେବେ । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ୍‌ ସମ୍ପର୍କରେ ବି ସମୀକ୍ଷା କରିବେ ଖଡ୍‌ଗେ । AICC ସଭାପତିଙ୍କ ସଭାରେ ପ୍ରତି ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତମାନେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *