ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । IIM ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ଲାଗି ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ରେମେଡ୍‌ ପଡ଼ିଆରେ ସଭା ହେବ ଏବଂ ଦେଢ଼ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ ମୋଦୀ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ। ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଆଇଆଇଏମ୍‌ କାର୍ଯ୍ୟକ୍ରମ ସହ କିଛି ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *