କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସର୍ବେଶ୍ବର ଚୌଧୁରୀ

 

ସୂଚନା ଅନୁସାରେ ସାଂସଦ ଜୁଏଲ ଓରାମ ଆଜି ଅପରାହ୍‌ଣରେ ଭୁବନେଶ୍ବରରୁ ସୁନ୍ଦରଗଡ଼ ଅଭିମୁଖେ ନିଜ କାର୍‌ରେ ଯାଉଥିଲେ। ସେ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ମଧ୍ୟାହ୍ନରେ ଦୁର୍ଘଟଣାର ସାମ୍ନା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧୀନ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସାଂସଦଙ୍କ କାର ସହିତ ମୁହାଁମୁହିଁ ସାମ୍ନା କରିଥିଲେ। କିନ୍ତୁ ସେହି ସମୟରେ ସାଂସଦଙ୍କ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ସର୍ବେଶ୍ବର ଚୈାଧୁରୀ ଗୁରୁତର ହୋଇଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *