ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବକେୟା ବିଲ୍‌ ଏବଂ ସିକ୍ୟୁରିଟି ବାବଦ ଅର୍ଥ ରିଲିଜ୍‌ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ। ଏହି ଘଟଣାରେ ଯନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ସୋମନାଥ ସେଠୀ ମଧ୍ୟ ଧରାପଡ଼ିଛନ୍ତି।

ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଓ ତଦନ୍ତ ଜାରି ରହିଛି।

 

Leave a Reply

Your email address will not be published. Required fields are marked *