୪ଟି କାର୍ଯ୍ୟଦିବସ ବାକି ଥାଇ ଓଡ଼ିଶା ବିଧାନସଭାର ୯ ଦିନିଆ ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଏହି ଘୋଷଣା କରିଛନ୍ତି । ଅଧିବେଶନ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା ।

ତେବେ MMDR ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାଗତ ୫ ଦିନ ଧରି ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଆଜି ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ଓଡ଼ିଶା ଜିଏସଟି ସଂଶୋଧନ ବିଲ୍‌, ଓଡ଼ିଶା ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ବିଲ୍‌, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍‌ ଓ ଓଡ଼ିଶା ଜନ ବିଶ୍ୱାସ ବିଲ୍‌ ସମେତ ୪ଟି ବିଲ୍‌ ପାରିତ କରିଥିଲେ ।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ବିରୋଧୀଙ୍କୁ ଗୃହକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ତେବେ ସେମାନେ ଫେରିବାକୁ ମନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ଗୃହକୁ ମୁଲତବୀ କରାଯାଇଥିଲା । ଶେଷ ଦିନରେ ୬ଟି ସିଏଜି ରିପୋର୍ଟ ସହ ବିଭିନ୍ନ ସରକାରୀ ସଂସ୍ଥାର ବାର୍ଷିକ ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *