ଆଗାମୀ ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୭ ଜଣିଆ ଦଳ ଗଠନ କରାଯାଇଛି । ଏଥିରେ ୪ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ପ୍ରଥମଥର ପାଇଁ ରଣଜୀ ଦଳରେ ସ୍ବସ୍ତିକ ସାମଲ, ଓମ୍ ଟି. ମୁଣ୍ଡେ, ଗୌରବ ଚୌଧୁରୀ ଓ ଶ୍ରେୟାଂଶ ଭରଦ୍ୱାଜଙ୍କୁ ସୁଯୋଗ ମିଳିଛି । ଏହି ଚାରି ଯୁବ ଖେଳାଳିଙ୍କ ପାଇଁ ରଣଜୀ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ଏହା ଏକ ବଡ଼ ସୁଯୋଗ ହେବ । ଦଳରେ ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଆଶୀର୍ବାଦ ସ୍ବାଇଁ, ଦୀନେଶ ମାଝୀ, ନିନାଦ ରାଠୱା, ଲଳିତ ଯାଦବ, ରାଜେଶ ମହାନ୍ତି ଓ ପ୍ରଶାନ୍ତ ରଣାଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ସୌମ୍ୟ ଲେଙ୍କା, ସମ୍ବିତ ବେଜ, ସୟିଦ ତୁଫୈଲ ଅହମ୍ମଦ ଓ ବାଦଲ ବିଶ୍ୱାଳ ମଧ୍ୟ ଦଳର ଅଂଶ ରହିଛନ୍ତି । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଥମ ଦୁଇଟି ମ୍ୟାଚ ଭଲ ପ୍ରଦର୍ଶନ କରି ଅଭିଯାନକୁ ସକାରାତ୍ମକ ଭାବେ ଆରମ୍ଭ କରିବା ଲକ୍ଷ୍ୟ ରଖିଛି । Post navigation Odisha Police SI Exam: ଓଡ଼ିଶା ପୋଲିସ SI ପରୀକ୍ଷା ୨୦୨୬: ଆସନ୍ତା ନଭେମ୍ବରରେ ହେବ ପରୀକ୍ଷା Major OAS reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ