ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେ କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶାର ଲକ୍ଷ୍ୟ ପୁରଣ ହେଉଛି। ରାଜ୍ୟର ଦୃଢ଼ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ଦାରିଦ୍ର୍ୟ କମିଛି। କାହାକୁ ଅବହେଳା ନକରିବା ୨୪ ବର୍ଷ ଶାସନର ମୂଳମନ୍ତ୍ର ରହିଛି। ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଛନ୍ତି ସରକାର। ଓଡ଼ିଶା ରୂପାନ୍ତରୀକରଣ ପଥରେ ଆଗେଇ ଚାଲିଛି। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ ହୋଇଥିବା ବେଳେ ଜାତୀୟ ହାରଠାରୁ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ଅଧିକ ରହିଛି।

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ସମସ୍ତଙ୍କ ସ୍ବାସ୍ଥ୍ୟସେବା ପାଇଁ BSKY ଯୋଜନା କରାଯାଇଛି।

ଓଡ଼ିଶା ଏବେ ନିବେଶ କ୍ଷେତ୍ରରେ ସମସ୍ତଙ୍କର ପ୍ରିୟ ଅଭିବୃଦ୍ଧି ହାର ୭.୨୫% ରହିଛି, ଯାହା ଜାତୀୟ ହାରଠାରୁ ୧% ଅଧିକ। ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରାଯାଇଛି। ରାଜ୍ୟରେ ମୁଣ୍ଡପିଛା ଆୟ ବଢ଼ିଛି।

ଜାଣନ୍ତୁ କେଉଁ ବିଭାଗକୁ କେତେ ମିଳିଛ

 

ପଞ୍ଚାୟତିରାଜ ବିଭାଗ ପାଇଁ ୧୦ ହଜାର ୧୯୮ କୋଟି ଟଙ୍କା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୯୯୬୮ କୋଟି

ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୮୫୯ କୋଟି

ସ୍ବାସ୍ଥ୍ୟ ବିଭାଗ ପାଇଁ ୮୨୬୪ କୋଟି

SC/ST ବିଭାଗ ପାଇଁ ୨୩୩୯ କୋଟି

ଶିଳ୍ପ ବିଭାଗ ପାଇଁ ୩୫୯ କୋଟି

ପରିବହନ ବିଭାଗ ପାଇଁ ୧୩୬୮ କୋଟି

ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୪୪୭୦ କୋଟି

ପର୍ଯ୍ୟଟନ ବିଭାଗ ପାଇଁ ୩୭୬ କୋଟି

ଉଚ୍ଚଶିକ୍ଷା ବିଭାଗ ପାଇଁ ୧୩୯୪ କୋଟି

କୃଷି ବିଭାଗ ପାଇଁ ୩୩୦୯ କୋଟି

ନଗର ଉନ୍ନୟନ ବିଭାଗ ପାଇଁ ୪୧୮୦ କୋଟି

ଶକ୍ତି ବିଭାଗ ପାଇଁ ୧୬୫୨ କୋଟି

ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୨୦୨୧ କୋଟି

ଦକ୍ଷତା ବିକାଶ ପାଇଁ ୭୦୯ କୋଟି

ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପାଇଁ ୭୯୯ କୋଟି

ଜଳସଂପଦ ବିଭାଗ ପାଇଁ ୬୨୪୪ କୋଟି

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *