Odisha Bandh tomorrow: 18 Platoons of Police Force to Be Deployed Across Bhubaneswar

ଆସନ୍ତାକାଲି ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ବନ୍ଦ ସମୟରେ ରାଜଧାନୀରେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି ।

ଏନେଇ ଆୟୋଜିତ ପ୍ରେସମିଟ୍‌ରେ ଡିସିପି କହିଛନ୍ତି ଯେ, ବନ୍ଦ ସମୟରେ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ ରହିବେ । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ପୋଲିସର ସ୍ୱତନ୍ତ୍ର ନଜର ରହିବ ।

ବନ୍ଦ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଯାତାୟାତ ଓ ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବା ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ପ୍ରମୁଖ ସ୍ଥାନରେ ପୋଲିସ ମୁତୟନ ସହ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ ।

ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ବନ୍ଦକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *