କଟକ : ପୁଣି ବଢ଼ିଛି ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ଗିରଫ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଅନୁଭବଙ୍କ ନାଁରେ (NBW) ଜାମିନୀ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ ଜାମିନୀ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ।୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ ଆଜି ଏହି ସୂଚନା ଦେଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *