ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାମାଙ୍କନ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ କଲେ ଦୁଇ ନେତା। ନାମାଙ୍କନ ଦାଖଲ କରିବା ସମୟରେ ଉପସ୍ଥିତ ଥିଲେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀ।ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ହୋଇଛି।

ଖାଲି ପଡିଥିବା ୩ଟି ଆସନ ମଧ୍ୟରୁ ୨ଟି ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ଆସନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହି ଆସନରେ ବିଜେଡି ଓ ବିଜେପି ମିଳିତ ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କୁ ପୁଣି ମନୋନୀତ କରିପାରନ୍ତି ବୋଲି ବି ଚର୍ଚ୍ଚା ଜୋର ଧରିଲାଣି । ଜଣେ ମହିଳା କିମ୍ବା ଆଦିବାସୀଙ୍କୁ ବି ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *