ଯାଜପୁର: ଯାଜପୁରରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଯାଜପୁର କୁସୁମା ନିକଟ ପଡ଼ିଆରେ ପହଞ୍ଚି ପ୍ରଥମେ ଏସ୍‌ସି କଲେଜ ପଡିଆରେ ଆୟୋଜିତ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5-T ଅଧ୍ୟକ୍ଷ ଯୋଗ ଦେଇଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଉଛନ୍ତି ଭି.କେ. ପାଣ୍ଡିଆନ୍ ।

ଏହାପରେ କୁସୁମା ନିକଟରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ଅଗଷ୍ଟ ୧୫ରେ ପିଲାଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ।କାର୍ଡରେ ସରକାରୀ ବସ୍,ଟ୍ରେନ,ବିମାନରେ ରିହାତି ମିଳିବ। ଏହା ଛଡା ୱାଇଫାଇ ସେଣ୍ଟରରେ ମିଳିବ ମାଗଣା ୱାଇଫାଇ ସେବା। ପାଣ୍ଡିଆନ କହିଛନ୍ତି ଯେ ଯୁବପୀଢ଼ିଙ୍କୁ ନେଇ ନୂଆ ଓଡ଼ିଶା ଗଠନ CMଙ୍କ ଲକ୍ଷ୍ୟ। ଏହା ସହ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି।ସବୁ କଲେଜ ପଲାଙ୍କୁ ମିଳିବ ୧୦ ହଜାର ଟଙ୍କା,ଛାତ୍ରଙ୍କୁ ୯ ହଜାର ଟଙ୍କା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *