ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ପାଇଁ କୌଣସି ନୂତନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରାଯାଇ ନଥିବା ନେଇ ସ୍ପଷ୍ଟ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ନାରାୟଣ ନାୟକ। ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତଗୁଡ଼ିକର ପୁନର୍ଗଠନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପୃଥକ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ। ତେବେ ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ସହିତ ଯେଉଁ ପଞ୍ଚାୟତଗୁଡ଼ିକର ସମ୍ମିଶ୍ରଣ କରାଯାଇଥିଲା, ସେଗୁଡ଼ିକର ପୁନର୍ଗଠନ କାର୍ଯ୍ୟ ଶେଷ ହୋଇସାରିଛି। ଏହା ସହିତ ULB ସହ ମିଶିଥିବା ଜିଲ୍ଲା ପରିଷଦ ଜୋନ୍ଗୁଡ଼ିକୁ ମଧ୍ୟ ଆଗାମୀ ଦିନରେ ପୁନର୍ଗଠିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଗୃହରେ ସୂଚନା ଦିଆଯାଇଛି। Post navigation Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା: ୧ଟା ୧୦ ଯାଏଁ ଗୃହ ମୁଲତବି ଘୋଷଣା Odisha DGP Appointment Row: ନୂଆ ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ: ସୁପ୍ରିମକୋର୍ଟରେ କାଲି ପୁଣି ହେବ ମାମଲାର ଶୁଣାଣି