ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ଆୟୋଜନ ସହ ଦୀପୋତ୍ସବ ପାଳିତ ହୋଇଛି । ଏହି ଅବସରରେ ରାମ କି ପୈଣ୍ଡିରେ ୩୦ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ସରଯୂ ନଦୀର ୫୬ଟି ଘାଟ ଆଲୋକମାଳାରେ ଝଲସି ଉଠିଥିଲା । ପ୍ରଭୁ ରାମଲାଲାଙ୍କ ସ୍ୱାଗତ ପାଇଁ ସମଗ୍ର ଅଯୋଧ୍ୟା ନଗରୀକୁ ସୁନ୍ଦର ଭାବେ ସଜାଯାଇଥିଲା ।

ଦୀପୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସାମୂହିକ ମହାଆଳତୀ । ଏଥିରେ ଏକକାଳୀନ ୨,୧୪୭ ଜଣ ପୁରୋହିତ ସାମିଲ ହୋଇ ମହାଆଳତୀ କରିଥିଲେ । ଏହା ସହ ୨,୧୦୦ରୁ ଅଧିକ ଡ୍ରୋନ୍‌କୁ ନେଇ ଆୟୋଜିତ ଆକର୍ଷଣୀୟ ଡ୍ରୋନ୍ ଶୋ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ଡ୍ରୋନ୍ ସାହାଯ୍ୟରେ ଆକାଶରେ ରାମାୟଣର ବିଭିନ୍ନ ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି ଭବ୍ୟ ଦୀପୋତ୍ସବରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଲକ୍ଷ ଲକ୍ଷ ଦୀପର ଆଲୋକ, ମନ୍ତ୍ରଧ୍ୱନି ଓ ରାମାୟଣର ଦୃଶ୍ୟରେ ସମଗ୍ର ଅଯୋଧ୍ୟା ଭକ୍ତିମୟ ହୋଇ ଉଠିଥିଲା ।

By Nirvay

Leave a Reply

Your email address will not be published. Required fields are marked *