ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନୟାପଲ୍ଲୀ ବନ୍ଧୁକ ଦେଖାଇ ଦୁଷ୍କର୍ମ ମାମଲାରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ୨ ଜଣ ସହଯୋଗୀଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁଇ ସହଯୋଗୀ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ତଦନ୍ତରୁ ପ୍ରକାଶ ଯେ, ନୟାପଲ୍ଲୀ ଅଞ୍ଚଳରେ ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ରୀଧର ପଣ୍ଡା କ୍ୟାପିଟାଲ ଥାନା ସୀମା ଭିତରୁ ଏକ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା। ପରେ ସେହି ବାଇକ୍‌ଟିକୁ ସେ ଚକେଇସିଆଣିରେ ଥିବା ଏହି ଦୁଇ ସହଯୋଗୀଙ୍କୁ ହସ୍ତାନ୍ତର କରିଥିଲା। ଏହି ଦୁଇ ଜଣ ଚୋରି ବାଇକ୍‌ଗୁଡ଼ିକୁ କାଟି ତାହାର ବିଭିନ୍ନ ପାର୍ଟସ ଅଲଗା କରି ବାହାରେ ବିକ୍ରି କରୁଥିଲେ।

ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଶ୍ରୀଧରକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିସାରିଥିବା ବେଳେ ଏବେ ଚୋରି ସାମଗ୍ରୀ ରଖିବା ଓ ବାଇକ୍ କାଟି ବିକ୍ରି କରିବା ଅଭିଯୋଗରେ ଏହି ଦୁଇ ସହଯୋଗୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *