କୋଲକତା : ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ନନ୍ଦିଗ୍ରାମରେ ଜଣେ ମହିଳା ବିଜେପି କର୍ମୀଙ୍କୁ ଶାସକ ଦଳ ଟିଏମସିର କିଛି କର୍ମୀ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଛି । ଏହି ସଂଘବଦ୍ଧ ଆକ୍ରମଣରେ୭ ରୁ ୮ ଜଣ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଆହତ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଉକ୍ତ ଅଂଚଳରେ ବ୍ୟାପକ ବିକ୍ଷୋଭ ଦେଖାଯାଇଛି । ଏହିକୁ ନେଇ ବିଜେପି ସମର୍ଥକମାନେ ପ୍ରବଳ ବିକ୍ଷୋଭ କରିବା ପରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି ।
ସୂଚନାଯୋଗ୍ୟ , ଶାସକ ଟିଏମସି କର୍ମୀଙ୍କ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଜାରି ରହିଛି । ଏହାକୁ ରୋକିବା ପାଇଁ ଜଣେ ମହିଳା କର୍ମୀଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ରାତିରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତଦାରଖ କରିଥିଲେ । ସେମାନଙ୍କୁ ଟିଏମସିର ଗୁଣ୍ଡାମାନେ ଅତର୍କିତ ଭାବେ ଘରେ ପଶି ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣକୁ ବିରୋଧ କରି ବିଜେପି କର୍ମୀମାନେ ବିକ୍ଷୋଭ କରିବା ସମୟରେ ଟିଏମସି ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛି। ବିଜେପି କର୍ମୀମାନେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ​​ପରାଜୟକୁ ଦୃଷ୍ଟିରେ ରଖି ଟିଏମସି ହତାଶ ହୋଇ ଏପରି ଆକ୍ରମଣ କରୁଛି। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିକ୍ଷୋଭକାରୀମାନେ ୧୨ ଘଣ୍ଟିଆ ନନ୍ଦୀଗ୍ରାମ ବନ୍ଦ ପାଳନ କରୁଥିବାବେଳେ କେତେକ ଦୋକାନରେ ନିଆଁ ଲଗାଇଦେଇଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *