ଆଜି ଓଡ଼ିଶା ଗସ୍ତରେ ଆସି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆର ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ମଧ୍ୟ। ସେ କହିଛନ୍ତି ଓଡ଼ିଶାର ଅସ୍ମିତା ସହ ଖେଳ ଚାଲିଛି ବାବୁ ରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତା ଦିଆଯାଉଛି। ବାବୁ ରାଜ ଚକ୍କରରେ ପଡ଼ି ଯାଇଛନ୍ତି ନବୀନ ବାବୁ।

ନବୀନ ବାବୁଙ୍କୁ ଏତେ ବର୍ଷ ଦେବା ସତ୍ତ୍ବେ ଓଡ଼ିଶା ବିକାଶ କରିପାରିଲେନି ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ପଣ୍ଡା ଅଛନ୍ତି। ବୈଜୟନ୍ତଙ୍କୁ ବିଜୟୀ କରି ମୋଦିଙ୍କ ୪୦୦ ପାର୍‌କୁ ସଫଳ କରନ୍ତୁ ।ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି। ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ। ଓଡ଼ିଶାକୁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ,ତାମିଲବାବୁ ଓଡ଼ିଶାରେ ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯୋଗୀ।

୧୦ ବର୍ଷର ମୋଦିଙ୍କ ନେତୃତ୍ବରେ ଦେଶର ଭାଗ୍ୟ ବଦଳି ଯାଇଛି। ବିଶ୍ବର ସବୁଠୁ ଲୋକପ୍ରିୟ ନେତା ହେବାର ସୌଭାଗ୍ୟ ପାଇଛନ୍ତି ମୋଦି। ହେଲେ ଓଡ଼ିଶାକୁ ପ୍ରଗତିରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର। ଏହାସହ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କରିଛନ୍ତି ଯୋଗୀ। ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ହୋଇଛନ୍ତି।ବୈଜୟନ୍ତ ଉତ୍ତର ପ୍ରଦେଶରେ ବଡ଼ ଦାୟିତ୍ୱ ନେଇଥିଲେ,କିନ୍ତୁ ତାଙ୍କୁ ଓଡ଼ିଶାର ଆବଶ୍ୟକତା ଥିବା କହି ପ୍ରଧାନମନ୍ତ୍ରୀ ପଠାଇଲେ। ଓଡ଼ିଶାର ବିକାଶ, ଅସ୍ମିତାକୁ ଆଗକୁ ନେବାକୁ ହେଲେ ବୈଜୟନ୍ତ ପଣ୍ଡା ଅଛନ୍ତି, ବୈଜୟନ୍ତଙ୍କୁ ବିଜୟୀ କରି ମୋଦିଙ୍କ ୪୦୦ ପାର୍‌କୁ ସଫଳ କରନ୍ତୁ ବୋଲି କହିଛନ୍ତି ଯୋଗୀ।

By Nirvay

Leave a Reply

Your email address will not be published. Required fields are marked *