ମୟୂରଭଞ୍ଜର କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ କହିଛନ୍ତି ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ। ଏ ସରକାର ଆଉଟସୋର୍ସ ହୋଇଯାଇଛି ଏହାକୁ ହଟାଇବା ଦରକାର। କିଏ ସେ ବ୍ୟକ୍ତି ଯିଏ ଆଉଟସୋର୍ସରେ ଚଳାଉଛି ରାଜ୍ୟ ଶାସନ ? ଯିଏ ବାହାରର ତାକୁ ବାହାରକୁ ପଠାନ୍ତୁ ଓଡ଼ିଆକୁ ସୁଯୋଗ ଦିଅନ୍ତୁ। ଓଡ଼ିଶାରେ ଯିଏ ଲକ୍ଷ୍ମୀ ବସ୍‌ ଚଳାଉଛି ତାକୁ ବାହାର କରନ୍ତୁ।

ଓଡ଼ିଶାର ପ୍ରଶାସନ ଏବେ କିଏ ଚଳାଉଛି କାହାକୁ ଅଛପା ନାହିଁ । ବିଜେପି ସରକାର ଗଢିଲେ ଓଡ଼ିଶାରେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏବେ ବିଧାୟକ, ସାଂସଦଙ୍କୁ କିଏ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ଅଟକାଉଛି? ଓଡ଼ିଶାର ଠିକାଦାର ଓଡ଼ିଶାରେ କାମ ପାଉନାହାନ୍ତି । ବାହାର ଠିକାଦାର ଆସି ଓଡ଼ିଶାରେ କାମ କରୁଛନ୍ତି । ଓଡ଼ିଶାରେ ବିଭିନ୍ନ ଶିଳ୍ପ ବନ୍ଦ ହୋଇଗଲାଣି କି ନାହିଁ । ଏଥିପାଇଁ ଦାୟୀ କିଏ? ଏଭଳି ସରକାରକୁ ପୁଣିଥରେ ସୁଯୋଗ ଦେବା ଉଚିତ୍ କି? ସ୍କୁଲ ପିଲାଙ୍କ ସାଇକେଲ, ଖାଇବା, ପୋଷାକ ବାହାର କମ୍ପାନି ଦ୍ୱାରା କରାଯାଉଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର କିଏ ଲୁଟିଛି? ରତ୍ନଭଣ୍ଡାର ଚାବି କିଏ ଗାଏବ କରିଛି? ତାହା ସମସ୍ତେ ଜାଣିଛନ୍ତି । ବହୁତ ସମୟ ହେଲାଣି ନବୀନ ଶାସନ କଲେଣି ତାଙ୍କୁ ଆରାମ ଦିଅନ୍ତୁ ଏବଂ ବାହାର ଲୋକକୁ ବାହାରକୁ ପଠାନ୍ତୁ । ଓଡ଼ିଆ ଲୋକକୁ ଓଡ଼ିଶାର ଶାସନଭାର ଦିଅନ୍ତୁ । ଇଣ୍ଡିଆ ମେଣ୍ଟ କେବଳ ତୁଷ୍ଟିକରଣ ରାଜନୀତି କରୁଛି । ତେଣୁ ଉଭୟ ଓଡ଼ିଶା ଓ ଦେଶରେ ବିକାଶମୂଳକ ସରକାର ପାଇଁ ବିଜେପିକୁ ଭୋଟ ଦିଅନ୍ତୁ ।

ଓଡ଼ିଶାରେ ବିଜେଡି ସରକାର ଗାଁ, ଗରିବ ଓ ଆଦିବାସୀଙ୍କ ବହୁତ କଷ୍ଟ ଦେଉଛି । ଏହି କାରଣରୁ ଅନେକ ଆଦିବାସୀ ଭାଇ ଦୁଇ ଓଳି ଖାଇବାକୁ ଦାଦନ ଖଟିବାକୁ ଯାଉଛି । କରୋନା ପରେ ବି ଭାରତର ଅର୍ଥନୀତି ସୁଦୃଢ ହୋଇଛି । ଏହି ସମୟରେ ଭାରତର ଅର୍ଥନୀତି ୧୧ ନମ୍ବର ସ୍ଥାନରୁ ୫ ନମ୍ବର ସ୍ଥାନରେ ପହଞ୍ଚିଛି । ଆଗାମୀ ୩ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭ ହେବ । ୧୦ ବର୍ଷ ପୂର୍ବେ ମୋବାଇଲରେ ଲେଖାହେଉଥିଲା ମେଡ୍ ଇନ୍ ଚାଇନା, ତାଇୱାନ, କୋରିଆ ଲେଖାହେଉଥିଲା କିନ୍ତୁ ଏବେ ମୋବାଇଲରେ ମେଡ୍ ଇନ୍ ଇଣ୍ଡିଆ ଲେଖାଯାଉଛି । ଦେଶର ସବୁ କ୍ଷେତ୍ରର ବିକାଶ ହେଉଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଓଡ଼ିଶାର କୋଟି କୋଟି ଲୋକ ଏଥିରେ ଉପକୃତ ହେଉଛନ୍ତି । ଯେଉଁଥିପାଇଁ ଦେଶରେ ଗରିବୀ ହଟୁଛି । ମୋଦୀ ସରକାର ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ଆଗକୁ ସିଲିଣ୍ଡରରେ ନୁହେଁ ବରଂ ପାଇପରେ ଗ୍ୟାସ୍ ପହଞ୍ଚାଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଯୋଗାଇବା ସହ ଏଥିରୁ ରୋଜଗାର କରିବାକୁ ସୁଯୋଗ ଦେଇଛନ୍ତି ମୋଦୀ ସରକାର ।

ନଡ୍ଡା ଆଉ ମଧ୍ୟ କହିଛନ୍ତି, ୨୧ରୁ ୨୧ ଲୋକସଭା ଆସନ ବିଜେପିକୁ ଦେବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷର ସରକାରରେ ରାଜନୀତିର ପରିଭାଷା ବଦଳିଛି । ଏବେ ସାଧାରଣ ଲୋକଟିଏ ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଢିବାକୁ ଇଛା କରୁଛନ୍ତି ।

୧୦ ବର୍ଷରେ ଭାରତ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ମୋଦି। ଜନଜାତିର ଗୌରବ ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ଏକଲବ୍ୟ ଆବାସିକ ସ୍କୁଲର ବଜେଟ ୨୧ ଗୁଣ ବଢିଛି। ସାରା ବିଶ୍ୱ ପରିବର୍ତ୍ତିତ ଭାରତ ଦେଖୁଛି। ୟୁରୋପ, ଚୀନ, ଆମେରିକାର ଅର୍ଥନୀତି ଖସୁଛ । ଗତ ୫ ବର୍ଷରେ ଭାରତର ଅର୍ଥନୀତି ସୁଦୃଢ ହୋଇଛି ବୋଲି କହିଛନ୍ତି ନଡ୍ଡା।

ପୂର୍ବରୁ ଭାରତରେ ରାଜନୀତି ଧର୍ମ, ଜାତି, ଅଞ୍ଚଳକୁ ନେଇ ହେଉଥିଲା । ନିଜ ନିଜ ଭିତରେ ଲଢେଇ କରାଉଥିଲେ ରାଜନୈତିକ ଦଳ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଯେବେଠୁ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନାରା ଦେଇଛନ୍ତି ସେବେଠୁ ବିକାଶମୂଳକ ରାଜନୀତି ଆରମ୍ଭ ହୋଇଛି । ପୂର୍ବରୁ ଆଦିବାସୀ ଲୋକଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଏବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ଆଦିବାସୀ ମହିଳା । ଏହାକୁ ମୋଦୀ ସମ୍ଭବ କରି ଦେଖାଇଛନ୍ତି । ଭାରତରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ଖୋଲିଛନ୍ତି ମୋଦୀ ସରକାର । ଏବେ ଆଦିବାସୀ ଲୋକ ସଂଗ୍ରହ କରୁଥିବା ୯୦ଟି ଜଙ୍ଗଲଜାତ ଦ୍ରବ୍ୟକୁ ଏମଏସପିରେ ସାମିଲ କରିଛନ୍ତି ।

ଓଡ଼ିଶାରେ ବିଜେଡି ସରକାର ଗାଁ, ଗରିବ ଓ ଆଦିବାସୀଙ୍କ ବହୁତ କଷ୍ଟ ଦେଉଛି । ଏହି କାରଣରୁ ଅନେକ ଆଦିବାସୀ ଭାଇ ଦୁଇ ଓଳି ଖାଇବାକୁ ଦାଦନ ଖଟିବାକୁ ଯାଉଛି । କରୋନା ପରେ ବି ଭାରତର ଅର୍ଥନୀତି ସୁଦୃଢ ହୋଇଛି । ଏହି ସମୟରେ ଭାରତର ଅର୍ଥନୀତି ୧୧ ନମ୍ବର ସ୍ଥାନରୁ ୫ ନମ୍ବର ସ୍ଥାନରେ ପହଞ୍ଚିଛି । ଆଗାମୀ ୩ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭ ହେବ । ୧୦ ବର୍ଷ ପୂର୍ବେ ମୋବାଇଲରେ ଲେଖାହେଉଥିଲା ମେଡ୍ ଇନ୍ ଚାଇନା, ତାଇୱାନ, କୋରିଆ ଲେଖାହେଉଥିଲା କିନ୍ତୁ ଏବେ ମୋବାଇଲରେ ମେଡ୍ ଇନ୍ ଇଣ୍ଡିଆ ଲେଖାଯାଉଛି । ଦେଶର ସବୁ କ୍ଷେତ୍ରର ବିକାଶ ହେଉଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଓଡ଼ିଶାର କୋଟି କୋଟି ଲୋକ ଏଥିରେ ଉପକୃତ ହେଉଛନ୍ତି । ଯେଉଁଥିପାଇଁ ଦେଶରେ ଗରିବୀ ହଟୁଛି । ମୋଦୀ ସରକାର ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ଆଗକୁ ସିଲିଣ୍ଡରରେ ନୁହେଁ ବରଂ ପାଇପରେ ଗ୍ୟାସ୍ ପହଞ୍ଚାଯିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଯୋଗାଇବା ସହ ଏଥିରୁ ରୋଜଗାର କରିବାକୁ ସୁଯୋଗ ଦେଇଛନ୍ତି ମୋଦୀ ସରକାର ।

ଓଡ଼ିଶାର ପ୍ରଶାସନ ଏବେ କିଏ ଚଳାଉଛି କାହାକୁ ଅଛପା ନାହିଁ । ବିଜେପି ସରକାର ଗଢିଲେ ଓଡ଼ିଶାରେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ଏବେ ବିଧାୟକ, ସାଂସଦଙ୍କୁ କିଏ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ଅଟକାଉଛି? ଓଡ଼ିଶାର ଠିକାଦାର ଓଡ଼ିଶାରେ କାମ ପାଉନାହାନ୍ତି । ବାହାର ଠିକାଦାର ଆସି ଓଡ଼ିଶାରେ କାମ କରୁଛନ୍ତି । ଓଡ଼ିଶାରେ ବିଭିନ୍ନ ଶିଳ୍ପ ବନ୍ଦ ହୋଇଗଲାଣି କି ନାହିଁ । ଏଥିପାଇଁ ଦାୟୀ କିଏ? ଏଭଳି ସରକାରକୁ ପୁଣିଥରେ ସୁଯୋଗ ଦେବା ଉଚିତ୍ କି? ସ୍କୁଲ ପିଲାଙ୍କ ସାଇକେଲ, ଖାଇବା, ପୋଷାକ ବାହାର କମ୍ପାନି ଦ୍ୱାରା କରାଯାଉଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର କିଏ ଲୁଟିଛି? ରତ୍ନଭଣ୍ଡାର ଚାବି କିଏ ଗାଏବ କରିଛି? ତାହା ସମସ୍ତେ ଜାଣିଛନ୍ତି । ବହୁତ ସମୟ ହେଲାଣି ନବୀନ ଶାସନ କଲେଣି ତାଙ୍କୁ ଆରାମ ଦିଅନ୍ତୁ ଏବଂ ବାହାର ଲୋକକୁ ବାହାରକୁ ପଠାନ୍ତୁ । ଓଡ଼ିଆ ଲୋକକୁ ଓଡ଼ିଶାର ଶାସନଭାର ଦିଅନ୍ତୁ । ଇଣ୍ଡିଆ ମେଣ୍ଟ କେବଳ ତୁଷ୍ଟିକରଣ ରାଜନୀତି କରୁଛି । ତେଣୁ ଉଭୟ ଓଡ଼ିଶା ଓ ଦେଶରେ ବିକାଶମୂଳକ ସରକାର ପାଇଁ ବିଜେପିକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ଜେପି ନଡ୍ଡା ।

Leave a Reply

Your email address will not be published. Required fields are marked *