ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଝଡ ବର୍ଷା ପାଇଁ ଘଟିଛି ବଡ ଦୁର୍ଘଟଣା। ଧୂଳି ଝଡ଼ କାରଣରୁ ଘାଟକୋପର ଅଞ୍ଚଳରେ ପେଟ୍ରୋଲ ପମ୍ପ ଉପରେ ଏକ ହୋର୍ଡିଂ ଭାଙ୍ଗି ପଡିଥିଲା। ଏହି ସମୟରେ ୮୮ ଜଣ ହୋର୍ଡିଂ ତଳେ ଚାପି ହୋଇଯାଇଥିଲେ । ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅବଶିଷ୍ଟ ୭୪ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ୩୧ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। NDRF ଦଳ ଉଦ୍ଧାର କାର୍ଯ୍ୟରେ ଏବେ ସୁଦ୍ଧା ଲାଗିଛନ୍ତି । ସିଏମ୍ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ନିଜେ ଘଟଣାସ୍ଥଳରେ ବୁଲି ଦେଖିଛନ୍ତି।

ଏହି ହୋର୍ଡିଂ ଭଙ୍ଗା ଘଟଣାରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି, ମାଲିକ ଭବଶ ଭୀଦ୍ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ପନ୍ତ ନାଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଏହି କ୍ଷେତ୍ରରେ, IPC 304, 338, 337, 34 ଅନୁଯାୟୀ FIR ପଞ୍ଜିକୃତ ହୋଇଥିଲା । ଘଟଣାର ଯାଞ୍ଚ ଚାଲିଛି।

By Nirvay

Leave a Reply

Your email address will not be published. Required fields are marked *