ଆସନ୍ତା ୨୬ ତାରିଖ ରବିବାର ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ୧୦ଟା ୩୦ରେ ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଭାପତି।

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତି କହିଛନ୍ତି ଯେ ସକାଳ ସାଢ଼େ ୧୧ଟା ବେଳକୁ ୱେବସାଇଟ୍‌ରେ ରେଜଲ୍ଟ ମିଳିବ। ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଛାତ୍ରଛାତ୍ରୀମାନେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ।

bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ ।

ପରୀକ୍ଷାଫଳ ପାଇଁ www.bse.odisha.ac.in କୁ ଲଗ୍‍ ଇନ କରାଯାଇପାରିବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନେ ଏସ୍‍ଏମଏସ୍‍ ଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ। ଏଥିଲାଗି ରୋଲ ନମ୍ବର ସହ ୫୬୭୬୭୫୦ କୁ ଏସ୍‍ଏମ୍‍ଏସ୍‍ କରିବାକୁ ହେବ।

ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ପାଇଁ ଏହି ସୁବିଧା କରାଯାଇଛି। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ସେ ସୂଚନା ଦେଇଛନ୍ତି।

ଯେଉଁ ପିଲାମାନଙ୍କ ଫଳାଫଳରେ ତ୍ରୁଟି ଥିବ ବା ସେମାନେ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବେ ସେମାନେ ଚାହିଁଲେ ପୁନଃ ଖାତା ଦେଖା ପାଇଁ ଆବେଦନ କରିପାରିବ। ଏଥିଲାଗି ବୋର୍ଡ କର୍ତ୍ତୃପକ୍ଷ ମେ’ ୨୯ ତାରିଖରୁ ଆଦେଦନ ଗ୍ରହଣ କରିବେ। ଏହା ଜୁନ୍‍ ୧୨ ଯାଏ ଚାଲିବ।

ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ୟୁଲେସନ୍‍ ପରୀକ୍ଷା ଦେଇଛନ୍ତି। ଫେବୃୟାରୀ ୨୦ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ଶେଷ ହୋଇ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁସାରେ ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବା କଥା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏଥଇର ପ୍ରଥମଥର ପାଇଁ ଡିଜିଟାଲ୍‍ ସାର୍ଟିଫିକେଟ୍‍ ଦେବାର ବ୍ୟବସ୍ଥା କରିଥିବାରୁ ଫଳାଫଳ ପ୍ରକାଶନରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ରାଜ୍ୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *