ରାଜ୍ୟରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରଚାର ସାଙ୍ଗକୁ ପ୍ରସ୍ତୁତି ସରିଛିବି। ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ।

ତେବେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଚିଠି ଲେଖିଲେ ଅପରାଜିତା। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିବା ନେଇ ଚିଠିରେ ଅବଗତ କରାଇଛନ୍ତି। ଭୁବନେଶ୍ଵରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮, ମାଳିସାହିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରହିଛି ବୋଲି ଦର୍ଶାଇଛନ୍ତି।ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (CAPF) ମୁତୟନ ପାଇଁ ଦାବି କରିଛନ୍ତି ଅପରାଜିତା।

By Nirvay

Leave a Reply

Your email address will not be published. Required fields are marked *