ଶ୍ରୀମନ୍ଦିରରେ ଫୁଲ ଅଭାବ । କାଳିଆ ସାଆନ୍ତଙ୍କ ପାଖରେ ପ୍ରତ୍ୟେକ ଦିନ କୁଢ କୁଢ ସୁବାସିତ ଫୁଲ ଲାଗି ହୋଇଥାଏ । ହେଲେ ଏବେ ଶ୍ରୀଜଗନ୍ନାଥଙ୍କ ପାଇଁ ଫୁଲର ଅଭାବ ହେଉଥିବା ଅଭିଯୋଗ ହୋଇଛି । ବାସି ଫୁଲ ଲାଗି କରାଯାଉଥିବା ଅଭିଯୋଗ ହୋଇଛି ।

 

ଫୁଲ ପ୍ରିୟ କାଳିଆ ସାଆନ୍ତଙ୍କୁ ତାଜା ଫୁଲ ବଦଳରେ ଫ୍ରିଜରେ ଗଚ୍ଛିତ କରି ରଖାଯାଉଥିବା ଫୁଲକୁ ଲାଗି ପାଇଁ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ । ଏଦିଗରେ କୌଣସି ପଦକ୍ଷେପ ନିଆନଗଲେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ।ଫୁଲ ବହୁତ କାମ ପରିମାଣରେ ଆସୁଥିବାରୁ ତାକୁ ଫ୍ରିଜରେ ଗଚ୍ଛିତ କରି ରଖାଯାଉଛି ଯାହା ଦ୍ୱାରା କି ଫୁଲ ପଚି ଯାଉଛି । ବାସି ଫୁଲ ଶ୍ରୀଅଙ୍ଗରେ ଲାଗିବ ଦ୍ୱାରା ଶ୍ରୀଅଙ୍ଗ ପ୍ରତି ବିପଦ ଅଛି । ଯେଉଁମାନେ ମହାପ୍ରଭୁଙ୍କ ପାଇଁ ମାଳା ପ୍ରସ୍ତୁତ କରୁଛନ୍ତି ସେମାନେ ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *