ଭୁବନେଶ୍ୱର,: ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଏମ୍‌ପି ଖାରବେଳ ସ୍ୱାଇଁଙ୍କୁ ବିଜେପି ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ ଓ ବରିର କବିର ଦାସଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ସୂଚନା ମିଳିଛି।

ଅନ୍ୟପଟେ, ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦାଶଙ୍କ ବ୍ୟତୀତ ନାଲକୋର ପୂର୍ବତନ ଅବସରପ୍ରାପ୍ତ ଅଧିକାରୀ ତପନ କୁମାର ଚାନ୍ଦଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଦଳର ମିଡିଆ ସେଲକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ କାର୍ଯ୍ୟ କରିଥିବାରୁ ତାଙ୍କୁ ଆଜି ବହିଷ୍କାର କରାଯାଇଛି ।

By SonaliP

Leave a Reply

Your email address will not be published. Required fields are marked *