ଭୁବନେଶ୍ୱର: ନବୀନ ନିବାସରେ ଚାଲିଛି ଟିକେଟ କସରତ । ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି ।

ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡତ ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁଯାୟୀ, ନବୀନ ନିବାସରେ ଢେଙ୍କାନାଳ, ସୁନ୍ଦର ଗଡ଼, କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ହେବ । ବୈଠକରେ ଦଳର ସୁପ୍ରିମ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ ଭିକେ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସ ଙ୍କ ସହ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବ । ନିର୍ବାଚନରେ ବିଜେଡିର ସଂସଦୀୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଆଲୋଚନା ହେବ ।

ଏବେ ବୈଠକ ପରେ ବିଧାୟକ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଚି। ସେ କହିଛନ୍ତି କି ସବୁ ଆସନରେ କିପରି ଦଳ ଜିତିବ ରଣନୀତି ପ୍ରସ୍ତୁତ ହୋଇଛି ଏବଂ ଦଳର ସାଙ୍ଗଠନିକ ସ୍ଥିତି ବାବଦରେ ଅବଗତ କରାଯାଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *