ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଖୁବଶୀଘ୍ର ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଭିନ୍ନ ଆସନରେ ଯୋଗ୍ୟ ପ୍ରାର୍ଥିଙ୍କୁ ଟିକେଟ ଦେବା ପାଇଁ ରାଜନୈତିକ ଦଳ ଭିତରେ ଗଣଦୌଡ଼ ଚାଲିଛି । ଏହାଭିତରେ ବିଜେପି କିନ୍ତୁ ଓଡ଼ିଶା ଉପରେ ଫୋକସ କରିଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ମାତ୍ରେ ଓଡ଼ିଶା ଆସନ ପାଇଁ ପ୍ରାର୍ଥି ଖୋଜୁଛି ବିଜେପି । ନିର୍ବାଜଚନକୁ ନେଇ ଘନ ଘନ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓଡ଼ିଶା ଏବଂ ରାଜ୍ୟର ବିଭିନ୍ନ ଆସନରୁ ପ୍ରକୃତ ପ୍ରାର୍ଥି । ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଆସନରୁ ଲଢିବାକୁ ପଡ଼ିପାରେ ବୋଲି ଅନମାନ କରାଯାଉଛି ।

ସୂଚନା ଅନୁଯାୟୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ସମ୍ବଲପୁର ଆସନ ପାଇଁ ମଇଦାନକୁ ଓହ୍ଲାଇପାରନ୍ତି । ଏହାବ୍ୟତୀତ ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ନିବାଚନ ଲଢିବା ପାଇଁ ଟିକେଟ ମିଳିପାରେ । ତେବେ ବୈଠକରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ଆନ୍ଧ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ଇତ୍ୟାଦି ରାଜ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ମୁଖ୍ୟାଳୟରେ ସିଇସି ବୈଠକ ହୋଇଥିଲା । ତେବେ ବୈଠକର ପ୍ରମୁଖ ପ୍ରସଙ୍ଗ ପାଲଟିଛି ଓଡ଼ିଶା ଆସନ ପାଇଁ ପ୍ରାର୍ଥି ଚୟନ । ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ବିଜେପିର ଏହି ସିଇସି ବୈଠକରେ ଓଡ଼ିଶାର ୨୧ଟି ଲୋକସଭା ଆସନ ଉପରେ ଆଲୋଚନା ହୋଇଛି । ରାଜ୍ୟର ପଲଟିକାଲ ସ୍ଥିତି ଏବଂ ଏହାର ଷ୍ଟାର୍ଟେଜି ଉପରେ ଆଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା-ମନ୍ତ୍ରୀ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *