ଆଗକୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା । ବିଜେଡିର ୨ଜଣ ସାଂସଦ ବିଜେପିରେ ମିଶିପାରନ୍ତି ବୋଲି ଖବର ଆସୁଛି ।  ଏହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦିଲ୍ଲୀରେ ଏନେଇ ଏକ ବଡ଼ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ୨ଜଣ ସାଂସଦଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ଅନ୍ୟଜଣେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତ ୨ ଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ସେ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ବିଜେପିରେ ସାମିଲ୍ ହେବା ନେଇ ପାଓ୍ବାର କରିଡରରେ ଆଲୋଚନା ହେଉଛି । ଏହା ଖୁବଶ୍ରୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *