୯ରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍ । ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବ୍ୟାପକ ପରିମାଣରେ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ ଜୁଲାଇରେ ହୀରାକୁଦ ବନ୍ଧର ପ୍ରଥମ ଗେଟ୍ ଖୋଲାଯିବ। ଦିନ ୧୧ଟାରେ ଗେଟ୍ ଖୋଲାଯିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗେଟ୍ ଖୋଲାଯିବା ପରେ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ମହାନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ବଢ଼ିବ ବୋଲି ସତର୍କ କରାଯାଇଛି । Post navigation Odisha Revamps School Exam System: ରାଜ୍ୟରେ ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ