ଗୁଜୁରାଟ: ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ ଗୁଜୁରାଟ ମୋଧିରା ସ୍ଥିତ ସୂର୍ଯ୍ୟ ମନ୍ଦିରଠାରେ ଏକ ସହ ୪ ହଜାର ବ୍ୟକ୍ତି ୧୦୮ଟି ସ୍ଥାନରେ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ନମସ୍କାର। ବିଶାଳ ବୃହତ ଏବଂ ରମ୍ୟ ପରିବେଶରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି। ଆକାଶ ମାର୍ଗରୁ ଦେଖିଲାବେଳେ ଆହୁରି ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା। ଯୋଗକୁ ଘରେ ଘରେ ପହଞ୍ଚିବା ସହ ସୁସ୍ଥ ଭାରତର ବାର୍ତ୍ତା ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେବଳ ରେକର୍ଡ଼ ପାଇଁ ନୁହେଁ ସୁସ୍ଥ ରହିବାର ବାର୍ତ୍ତା ଘରେ ଘରେ ପହଞ୍ଚୁ ଏହା ହେଉଛି କାର୍ଯ୍ୟକ୍ରମର ଲକ୍ଷ୍ୟ। କାରଣ ଯୋଗ ମାଧ୍ୟମରେ ହିଁ ଏକ ମଣିଷ ସୁସ୍ଥ ରହିପାରେ।

By Nirvay

Leave a Reply

Your email address will not be published. Required fields are marked *