୧୧୫୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ମଦ୍ୱୀପ କଭାରଟ୍ଟିରେ ୧୧୫୬ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଭାରତର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଆମ ସରକାରଙ୍କ ପ୍ରାଥମିକତା।

୧୧୫୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକରେ ଏକ ସବମେରାଇନ୍ ଅପ୍ଟିକାଲ୍ ଫାଇବର କେବୁଲ୍ ପ୍ରୋଜେକ୍ଟ, ପାନୀୟ ଜଳ ଯୋଗାଣ ଯୋଜନା ଏବଂ ବ୍ୟାଟେରୀ ସମର୍ଥିତ ସୌର ଶକ୍ତି ପ୍ରକଳ୍ପ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପ ଇଣ୍ଟରନେଟ୍ ବେଗକୁ ୧୦୦ ଗୁଣ ବୃଦ୍ଧି କରିବ। ୨୦୨୦ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀଦୀପର ଯୋଗାଯୋଗ ଭିତ୍ତିଭୂମି ବହୁଗୁଣିତ ହେବ ଏବଂ ଦ୍ରୁତ ତଥା ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା, ଟେଲି ମେଡିସିନ୍, ଇ-ଶାସନ, ଶିକ୍ଷାଗତ ପଦକ୍ଷେପ, ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ସାକ୍ଷରତା ସକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆଜି ଆରମ୍ଭ ହେବାକୁ ଥିବା ଅନ୍ୟ ଏକ ପ୍ରକଳ୍ପ ହେଉଛି ଅଗଟ୍ଟି ଏବଂ ମିନିକୋଇ ଦ୍ୱୀପପୁଞ୍ଜର ସମସ୍ତ ପରିବାରରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ। ଏହି ପ୍ରକଳ୍ପଗୁଡିକ ଦ୍ୱୀପପୁଞ୍ଜର ପର୍ଯ୍ୟଟନ କ୍ଷମତାକୁ ଦୃଢ଼ କରିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *