ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳର ଭିତ୍ତିଭୂମିରେ ବ୍ୟାପକ ସୁଧାର ଆଣିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନୂତନ “ଗ୍ରାମୀଣ ସମ୍ପଦ” କାର୍ଯ୍ୟକ୍ରମ ଅଧୀନରେ ଗାଁଗୁଡ଼ିକର ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ବାର୍ଷିକ ପ୍ରାୟ ୩ କୋଟି ଟଙ୍କା ଯୋଗାଇ ଦିଆଯିବ।

ଏହି ଅର୍ଥରେ ଗ୍ରାମାଞ୍ଚଳରେ ସହରୀ ସ୍ତରର ଆଧୁନିକ ଗୋଷ୍ଠୀ ସମ୍ପତ୍ତି ନିର୍ମାଣ କରାଯିବ। ଏଣିକି ଗାଁରେ ନିର୍ମାଣ ହେବ ଆଦର୍ଶ ଖେଳ ପଡିଆ, ଜିମ୍ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ, ଶ୍ମଶାନ, ଆଦର୍ଶ ହାଟ ଓ ଗ୍ରାମୀଣ ପାର୍କ ନିର୍ମାଣ କରାଯିବ । ଏଥିପାଇଁ ସରକାର ପ୍ରତି ପଞ୍ଚାୟତଙ୍କୁ ଦେଢ଼ରୁ ତିନି କୋଟି ଟଙ୍କା ଦେବାକୁ ଯୋଜନା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *