ଦେଶର ସ୍ଥାନୀୟ ବଜାରରେ ଚିନି ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ଦେଶରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦରଦାମ୍ ବୃଦ୍ଧି ଏବଂ ଖାଉଟି ମହଙ୍ଗା ମାଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ଚିନି ଦର ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଚିନି ଆମଦାନୀ ଉପରୁ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବଜାରରେ ଚିନିର ଯୋଗାଣ ସ୍ୱାଭାବିକ କରିବା ଏବଂ ଦର ନିୟନ୍ତ୍ରଣରେ ରଖିବା ପାଇଁ ୧୦ ଲକ୍ଷ ଟନ୍ କଞ୍ଚା ଚିନି ଶୁଳ୍କମୁକ୍ତ ଆମଦାନୀ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହି ସୁବିଧା ୨୦୨୬ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଟ୍ୟାରିଫ୍ ରେଟ୍ କୋଟା ଅଧୀନରେ ବଳବତ୍ତର ରହିବ ବୋଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ କାଳାବଜାରୀ ଏବଂ ଜମାଖୋରି ରୋକିବା ପାଇଁ ସରକାର ବଡ଼ ବ୍ୟବସାୟୀଙ୍କ ଉପରେ ମହଜୁଦ୍ ସୀମା ମଧ୍ୟ ଲାଗୁ କରିଛନ୍ତି। ଗତ ୬ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଏହି କ୍ରମାଗତ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ଅତ୍ୟନ୍ତ ପ୍ରଭାବିତ ହେଉଥିଲେ। ବଜାରରେ ଚିନିର ଯୋଗାଣ ବୃଦ୍ଧି କରି ଦରବୃଦ୍ଧିର ମୁକାବିଲା କରିବା ଏବଂ ଖାଉଟିଙ୍କୁ ବୃଦ୍ଧି ପାଉଥିବା ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ। ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଖୋଲା ବଜାରରେ ଚିନିର ସୁଲଭ ଉପଲବ୍ଧତା ସୁନିଶ୍ଚିତ ହେବ ଏବଂ ବଦ୍ଧିତ ଚିନି ଦରରେ ବ୍ରେକ୍ ଲାଗିବ ବୋଲି ଆଶା କରାଯାଉଛି। Post navigation Indian Women Hold England to 0-0 Draw, Secure Place in Next Round of Hockey World Cup