ନିର୍ବାଚନ ପୂର୍ବରୁ କଂଗ୍ରେସ୍କୁ ଆଉ ଏକ ଝଟକା । ଟାଣୁଆ ନେତା ଅଧିରାଜ, ସୁରେନ୍ଦ୍ର ସିଂ ଭୋଇ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ପରେ ଏବେ ଗଣେଶ୍ୱର ବେହେରା ଛାଡିଛନ୍ତି କଂଗ୍ରେସ ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଗଣେଶ୍ୱର ବେହେରା । ସେ ବିଜେଡିରେ ଖୁବ ଶୀଘ୍ର ଯୋଗ ଦେବେ ବୋଲି ଜଣା ପଡ଼ିଛି ।

୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ ।

ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଆସନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା ।

ସେ କହିଛନ୍ତି କି ଦଳ ଛାଡ଼ିବାର କାରଣ ହେଉଛି କି ମୁଁ ନିର୍ବାଚନ ହାରିବାକୁ ଚାହୁଁନି। ତାଙ୍କ ଅନୁସାରେ କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହଁ। ସେ ଏହା ମଧ୍ୟ କହିଛନ୍ତି କି ସେ କେଉଁ ଦଳ କୁ ଆଗାମୀ ଦିନରେ ଯୋଗ ଦେବେ, ତାହା ଖୁବ୍ ଶୀଘ୍ର ଜଣାଇବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *