ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଡିଜେ ବଜାଇବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଶେଷରେ ହିଂସାକାଣ୍ଡର ରୂପ ନେଇଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ୨ଟି ପୋଲିସ ଗାଡ଼ି ଭାଙ୍ଗିବା ସହ ମାହାଙ୍ଗା ଥାନା ଆଇଆଇସି ଯୁଗଳ କିଶୋର ଦାସଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟପଟେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଗକୁ ବଢ଼ିପାରେ ଗିରଫଦାରୀ ସଂଖ୍ୟା ବୋଲି ଆଶା କରାଯାଉଛି

Leave a Reply

Your email address will not be published. Required fields are marked *