ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏଠାରେ ଚାଲିଥିବା ଏନକାଉଣ୍ଟରରେ  ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା-ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଏନକାଉଣ୍ଟର । ସର୍ଚ୍ଚ ଅପରେସନ ସମୟରେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ । ଏହି ଏନକାଉଣ୍ଟରରେ ୫ ଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି । ଏମାନଙ୍କଠାରୁ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି ।

ପୋଲିସର କହିବାନୁସାରେ ଫୋର୍ସ ବସ୍ତର ଡିଭିଜନର ମୁଁଗେଡି ଓ ଗୋବଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ବାହାରିଥିଲେ । ଏହି ସମୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ନାରାୟଣପୁର, କୋଣ୍ଡାଗାଓଁ, ଦନ୍ତେୱାଡା, ଜଗଦଲପୁରର ଡିଆରଜି ଓ ୪୫ ବାଟାଲିୟନର ଆଇଟିବିପି ବଳ ସାମିଲ ଥିଲେ । ସେପଟେ ଦନ୍ତେୱାଡା ଏସପି ଗୌରବ ରାୟ ଓ ନାରାୟଣପୁର ଏସପି ପ୍ରଭାତ କୁମାର ସର୍ଚ୍ଚ ଅପରେସନ ଉପରେ ନଜର ରଖିଛନ୍ତି ।ସେହିପରି ଅପରେସନ ବେଳେ ଆହତ ହୋଇଥିବା ୩ ଜଣ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ସେମାନଙ୍କୁ ହେଲିକପ୍ଟର ଯୋଗେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

By SonaliP

Leave a Reply

Your email address will not be published. Required fields are marked *