ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଥିବା ବେଳେ ଅନ୍ୟ ୩ ବିଚାରାଧୀନ କଏଦୀ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଅଧୀକ୍ଷକ ସୁଜିତ ରାଉଳ । ସେ କହିଛନ୍ତି HIV ପଜିଟିଭ ଆକ୍ରାନ୍ତଙ୍କୁ ଜେଲ୍ର ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ଅନ୍ୟପଟେ ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। ଗତକାଲି ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ହୋଇଥିବା ଜଣାପଡିଛି । Post navigation Doctor Protest in Odisha: ଆନ୍ଦୋଳନରତ ଡାକ୍ତରଙ୍କୁ ମିଳିଲା ଡେଡ୍ଲାଇନ୍; ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ Mao Dump Unearthed in Koraput: କୋରାପୁଟରେ ପୁଣି ମାଓ ଡମ୍ପ ଠାବ