ଏକ ଗଣମାଧ୍ୟମର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଓଡ଼ିଶାରେ ବିଜେପି ସରକାରକୁ ଆସିବା ଏବଂ ବିଜେପି ଓଡ଼ିଶାରେ ୧୬ ଲୋକସଭା ଆସନ ଜିତିବ । ଏଥର ଓଡିଶାବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ରହିଛି । ଗତଥର ଠାରୁ ଏଥର ଲୋକସଭା ଆସନ ଦୁଇଗୁଣ ହେବା ନେଇ ଆଶା କରିଛନ୍ତି କରୁଛୁ । ଏବଂ ବିକାଶ କ୍ଷେତ୍ରରେ ଓଡ଼ିଶା ପଛରେ ପଡିଛି। ରାଜ୍ୟରେ ଯାହା ସଂବଳ ଅଛି ତାର ଉଚିତ ବିନିଯୋଗ ହୋଇପାରୁନାହିଁ। ତେଣୁ ଓଡ଼ିଶାରେ ଏକା ଲଢିବାକୁ ବିଜେପି ନିଷ୍ପତ୍ତି ନେଇଛି। ଆଉ ମୋଦିଙ୍କ ନେତୃତ୍ବରେ ଏଥର ଓଡିଶାବାସୀ ବିଜେପିକୁ ଆଶୀର୍ବାଦ କରିବେ ।

ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ ଓଡିଆ ଭାଷା,ସଂସ୍କୃତି ଓ ସ୍ବାଭିମାନ ପ୍ରତି କୁଠାରଘାତ ହୋଇଛି। କୌଣସି ରାଜ୍ୟର ଭାଷା,ସଂସ୍କୃତି ଯେପରି ଅକ୍ଷୂର୍ଣ୍ଣ ରହେ ସେଥିରେ ବିଶ୍ବାସ କରିଆସିଛି ବିଜେପି। ଏଥର ଓଡ଼ିଶାରେ ବିଜେପି ସରକାର ଆସିବା ଏବଂ ଗତଥର ଠାରୁ ଏଥର ଏମପି ସିଟ ଡବଲ ହେବା ନେଇ ଆଶା କରିଛନ୍ତି ଅମିତ ଶାହ। ୨୦୧୯ ନିର୍ବାଚନରେ ବିଜେପି ଜିତିଥିଲା ୮ଟି ଏମପି ସିଟ । ବିଶେଷକରି ପଶ୍ଚିମରେ ଭଲ କରିଥିଲା ପଦ୍ମକ୍ୟାମ୍ପ ।

Leave a Reply

Your email address will not be published. Required fields are marked *