Photo Credit: OTV

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ବିଦା ହେଲେ ୨ ସିଆରପି। କେନ୍ଦ୍ରାପଡାର ଏହି ୨ ସିଆରପି ହେଉଛନ୍ତି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆ। ସେମାନଙ୍କ ମଧ୍ୟରୁ ଜଣେ ମହାକାଳପଡ଼ା ବ୍ଲକର ହୋଇଥିବା ବେଳେ ଆଉଜଣେ ମାର୍ଶାଘାଇ ବ୍ଳକର ବୋଲି ଜଣା ପଡ଼ିଛି।ତାଙ୍କ ନାମରେ ଅଭିଯୋଗ ଆସିବା ପରେ ଉଭୟଙ୍କୁ ବିଦା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଏକ ନିର୍ବାଚନୀ ସଭାରେ ଉଭୟ ଶଙ୍ଖ ଫୁଙ୍କିବା ସହ ହୁଳହୁଳି ପକାଇଥିବାର ଅଭିଯୋଗ ହୋଇଥିଲା। ତେବେ ବାରମ୍ବାର ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ବାରମ୍ବାର ସରକାରୀ କର୍ମଚାରୀ ମହିଳା ଗୋଷ୍ଠୀ ବିଜେଡି ଦଳର ପ୍ରଚାରରେ ନିୟୋଜିତ ହେଉଥିବାର ଦେଖିବାକୁ ମିଳୁଛି।

By Nirvay

Leave a Reply

Your email address will not be published. Required fields are marked *