ସମ୍ବଲପୁରରେ ଶକ୍ତି ଗୋଟାଉଛି ବିଜେପି । କଂଗ୍ରେସ ଛାଡ଼ିବା ପରେ ଗତକାଲି ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଦୁଲାଲ ପ୍ରଧାନ। ତିନିଦିନ ପୂର୍ବରୁ ଟିକେଟ୍ ଅଦଳବଦଳ ହେବାରୁ କଂଗ୍ରେସ ଛାଡ଼ିଥିଲେ ଦୁଲାଲ।

ଅନ୍ୟପଟେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ ଏବଂ ଗତକାଲି ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ ଯାଇ ବିଜେପିରେ ସାମିଲ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କୌଣସି ଦଳରେ ସାମିଲ ହେବ କଥା ଜଣାପଡିନାହିଁ |

ତେବେ କିଛିଦିନ ତଳେ ରାସେଶ୍ଵରୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ସମ୍ବଲପୁରକୁ ଅଣଦେଖା କରୁଥିବାରୁ ସେଠାରେ ଅଧିକ ଦିନ ରହିହେବନି ବୋଲି ରୋକଠୋକ କହିଥିଲେ । ଖାଲି ଏତିକି ନୁହେଁ ବରଂ ବିଜେଡି ସମ୍ବଲପୁରବାସୀଙ୍କୁ ଧୋକା ଦେଉଥିବା ନେଇ ରୋକଠୋକ କହିଥିଲେ । ଜଣେ ପୂର୍ବତନ ବିଧାୟିକାଙ୍କ ଏମିତି ବିସ୍ଫୋରକ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ବି ହୋଇଥିଲା । ରାସେଶ୍ଵରୀ ପାଣିଗ୍ରାହୀ ବିଜେଡିର ପୂର୍ବତନ ବିଧାୟିକା…ସହରରେ ତାଙ୍କର ଦବଦବା ବି ଥିଲା ହେଲେ ୨୪ରେ ଦଳ ତାଙ୍କୁ ଅଣଦେଖା କଲା । ଯାହାକୁ ନେଇ ସେ ଅସନ୍ତୋଷ ଝାଡିଥିଲେ ।

Leave a Reply

Your email address will not be published. Required fields are marked *