ଖୁବଶୀଘ୍ର ଯୋଗାଇ ଦିଆଯିବ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ । ଏ ନେଇ ଆଜି କହିଲେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ସେ କହିଛନ୍ତି ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଯଥାଶୀଘ୍ର ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ପାଠ୍ୟ ପୁସ୍ତକ ହୋଇଥିବା ଭୁଲଗୁଡ଼ିକ ଶିକ୍ଷାବିତ୍‌ମାନଙ୍କୁ ନେଇ ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି । ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ । ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓ ମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ଯକୁ ନେଇ ପାଠପଢା ଯିବ । ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ ।

ଏହା ସହ ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯିବ । ସମସ୍ତଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ଯୋଗାଇ ଦେବୁ । ପ୍ରଥମେ ସଂଶୋଧିତ ତଥ୍ୟ ଶିକ୍ଷକଙ୍କୁ ଯୋଗାଇ ଦିଆଯିବ । ଗୁରୁଚଣ୍ଡାଳ ଭୁଲ୍‌କୁ ସୁଧାରିବୁ, ଚଳିତ ବର୍ଷ ହିଁ ତ୍ରୁଟିଶୂନ୍ୟ ପୁସ୍ତକ ଦେବୁ ।

ସେ ଆଉ ମଧ୍ୟ କହିଛନ୍ତି ଭବିଷ୍ୟତ ସଂସ୍କରଣରେ ଏପରି ତ୍ରୁଟି ପୁନରାବୃତ୍ତି ନ ହେବା ପାଇଁ ସରକାର ସମୀକ୍ଷା ଏବଂ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବେ। ଗଣମାଧ୍ୟମରେ ଯେତେ ତ୍ରୁଟି ଦେଖାଯାଉଛି, ସେତେ ମାତ୍ରାରେ ନାହିଁ । ଅନ୍ୟପଟେ ମାତ୍ର କେତେ ତ୍ରୁଟି ଅଛି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି ସଚିବ ।

Leave a Reply

Your email address will not be published. Required fields are marked *