ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ । ଯେ କୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନୀ ବିଗୁଲ । ସୂଚନା ଅନୁଯାୟୀ ବିଧାନସଭା ନିର୍ବାଚନ ପାଇଁ ବି ହେବ ତାରିଖ ଘୋଷଣା।

ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇପାରେ ତାରିଖ ଘୋଷଣା, ସୂଚନା ଅନୁଯାୟୀ ମାର୍ଚ୍ଚ ୯ ପରେ ହୋଇପାରେ ତାରିଖ ଘୋଷଣା।

ଆରପଟେ ଲାଗୁ ହୋଇପାରେ ଆଦର୍ଶ ଆଚରଣ ବିଧି । ଯାହାକୁ ଦୃଷ୍ଟିରେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଜାତୀୟ ନିର୍ବାଚନ ଆୟୋଗ ଏବଂ ତାଙ୍କ ଟିମ । ଭୋଟର ତାଲିକା, EVM ସ୍ଥିତି, ଜିଲ୍ଲା ସ୍ତରରେ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ ଭଳି ପ୍ରସଙ୍ଗରେ ସମୀକ୍ଷା କରୁଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ପ୍ରଥମ ଦିନରେ ଆଜି ପୃଥକ ପୃଥକ ଦୁଇଟି ବୈଠକ କରାଯାଇଛି । ପ୍ରଥମ ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ କମିଶନ । ପରେ ସମସ୍ତ ଜିଲ୍ଲାପାଳ ଏବଂ ଏସପି ଙ୍କ ସହ ଦୀର୍ଘ ସମୟ ଧରି କରିଥିଲେ ଆଲୋଚନା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *